ପ୍ରଥମ ବଂଶାବଳୀ 23 : 1 (ORV)
ଅନନ୍ତର ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ ଓ ସେ ଆପଣା ପୁତ୍ର ଶଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ ।
ପ୍ରଥମ ବଂଶାବଳୀ 23 : 2 (ORV)
ଆଉ ସେ ଇସ୍ରାଏଲର ସମସ୍ତ ଅଧିପତିଙ୍କି ଓ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କଲେ ।
ପ୍ରଥମ ବଂଶାବଳୀ 23 : 3 (ORV)
ତହୁଁ ତିରିଶ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵବୟସ୍କ ଲେବୀୟମାନେ ଗଣିତ ହେଲେ; ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ ଅଠତିରିଶ ହଜାର ହେଲେ ।
ପ୍ରଥମ ବଂଶାବଳୀ 23 : 4 (ORV)
ସେମାନଙ୍କ ମଧ୍ୟରୁ ଚବିଶ ହଜାର ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ; ଆଉ ଛଅ ହଜାର ଲୋକ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ଥିଲେ;
ପ୍ରଥମ ବଂଶାବଳୀ 23 : 5 (ORV)
ଆଉ ଚାରି ହଜାର ଲୋକ ଦ୍ଵାରପାଳ ଥିଲେ; ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ରସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ଦ୍ଵାରା ଚାରି ହଜାର ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ ।
ପ୍ରଥମ ବଂଶାବଳୀ 23 : 6 (ORV)
ପୁଣି ଦାଉଦ ସେମାନଙ୍କୁ ଲେବୀର ପୁତ୍ରମାନଙ୍କ (ବଂଶ) ଅନୁସାରେ ନାନା ପାଳିରେ ବିଭକ୍ତ କଲେ; ଗେର୍ଶୋନ୍, କହାତ୍ ଓ ମରାରି ।
ପ୍ରଥମ ବଂଶାବଳୀ 23 : 7 (ORV)
ଗେର୍ଶୋନୀୟମାନଙ୍କ ମଧ୍ୟରୁ ଲାଦନ୍ ଓ ଶିମୀୟି ।
ପ୍ରଥମ ବଂଶାବଳୀ 23 : 8 (ORV)
ଲାଦନ୍ର ପୁତ୍ର; ପ୍ରଧାନ ଯିହୀୟେଲ, ତାହା ଉତ୍ତାରେ ସେଥମ୍ ଓ ଯୋୟେଲ, ତିନି ଜଣ ।
ପ୍ରଥମ ବଂଶାବଳୀ 23 : 9 (ORV)
ଶିମୀୟିର ପୁତ୍ର; ଶଲୋମୀତ୍ ଓ ହସୀୟେଲ୍ ଓ ହାରୋଣ; ତିନି ଜଣ । ଏମାନେ ଲାଦନ୍ର ପିତୃବଂଶପ୍ରଧାନ ଥିଲେ ।
ପ୍ରଥମ ବଂଶାବଳୀ 23 : 10 (ORV)
ପୁଣି ଶିମୀୟିର ପୁତ୍ର; ଯହତ୍ ଓ ସୀଷ ଓ ଯିୟୂଶ୍ ଓ ବରୀୟ । ଏହି ଚାରି ଜଣ ଶିମୀୟିର ପୁତ୍ର ।
ପ୍ରଥମ ବଂଶାବଳୀ 23 : 11 (ORV)
ଯହତ୍ ପ୍ରଧାନ, ଦ୍ଵିତୀୟ ସୀଷ; ମାତ୍ର ଯିୟୂଶ୍ ଓ ବରୀୟର ଅନେକ ପୁତ୍ର ନ ଥିଲେ; ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ ।
ପ୍ରଥମ ବଂଶାବଳୀ 23 : 12 (ORV)
କହାତର ପୁତ୍ର; ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ; ଚାରି ଜଣ ।
ପ୍ରଥମ ବଂଶାବଳୀ 23 : 13 (ORV)
ଅମ୍ରାମ୍ର ପୁତ୍ର; ହାରୋଣ ଓ ମୋଶା; ପୁଣି ହାରୋଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ ।
ପ୍ରଥମ ବଂଶାବଳୀ 23 : 14 (ORV)
ମାତ୍ର ପରମେଶ୍ଵରଙ୍କ ଲୋକ ମୋଶାଙ୍କର ପୁତ୍ରମାନେ ଲେବୀ-ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ ।
ପ୍ରଥମ ବଂଶାବଳୀ 23 : 15 (ORV)
ମୋଶାଙ୍କର ପୁତ୍ର; ଗେର୍ଶୋମ୍ ଓ ଇଲୀୟେଷର ।
ପ୍ରଥମ ବଂଶାବଳୀ 23 : 16 (ORV)
ଗେର୍ଶୋମର ସନ୍ତାନମାନଙ୍କ ମଧ୍ୟରେ ଶବୂୟେଲ ପ୍ରଧାନ ।
ପ୍ରଥମ ବଂଶାବଳୀ 23 : 17 (ORV)
ଆଉ, ଇଲୀୟେଷରର ସନ୍ତାନମାନଙ୍କ ମଧ୍ୟରେ ରହବୀୟ ପ୍ରଧାନ । ଏହି ଇଲୀୟେଷରର ଆଉ ପୁତ୍ର ନ ଥିଲେ, ମାତ୍ର ରହବୀୟର ବହୁସଂଖ୍ୟକ ସନ୍ତାନ ଥିଲେ ।
ପ୍ରଥମ ବଂଶାବଳୀ 23 : 18 (ORV)
ଯିଷ୍ହରର ପୁତ୍ରମାନଙ୍କ ମଧ୍ୟରେ ଶଲୋମୀତ୍ ପ୍ରଧାନ ଥିଲା ।
ପ୍ରଥମ ବଂଶାବଳୀ 23 : 19 (ORV)
ହିବ୍ରୋଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଯିରୀୟ, ଦ୍ଵିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍ ।
ପ୍ରଥମ ବଂଶାବଳୀ 23 : 20 (ORV)
ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ଵିତୀୟ ଯିଶୀୟ ।
ପ୍ରଥମ ବଂଶାବଳୀ 23 : 21 (ORV)
ମରାରିର ପୁତ୍ର ମହଲି ଓ ମୂଶି; ମହଲିର ପୁତ୍ର ଇଲୀୟାସର ଓ କୀଶ୍;
ପ୍ରଥମ ବଂଶାବଳୀ 23 : 22 (ORV)
ଇଲୀୟାସର ମଲା, ତାହାର ପୁତ୍ର ନ ଥିଲେ, କେବଳ କେତୋଟି କନ୍ୟା ଥିଲେ; ପୁଣି ସେମାନଙ୍କ ଜ୍ଞାତି କୀଶ୍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ ।
ପ୍ରଥମ ବଂଶାବଳୀ 23 : 23 (ORV)
ମୂଶିର ପୁତ୍ର ମହଲି, ଏଦର ଓ ଯିରେମୋତ୍, ତିନି ଜଣ ।
ପ୍ରଥମ ବଂଶାବଳୀ 23 : 24 (ORV)
ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ, ପୁଣି କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵ ବୟସ୍କ ଯେଉଁମାନେ ଆପଣା ଆପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ ।
ପ୍ରଥମ ବଂଶାବଳୀ 23 : 25 (ORV)
କାରଣ ଦାଉଦ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି
ପ୍ରଥମ ବଂଶାବଳୀ 23 : 26 (ORV)
ଆହୁରି ମଧ୍ୟ ଲେବୀୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ରସବୁ ବହିବାର ଆଉ ପ୍ରୟୋଜନ ହେବ ନାହିଁ ।
ପ୍ରଥମ ବଂଶାବଳୀ 23 : 27 (ORV)
କାରଣ ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବୀ-ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵବୟସ୍କ ଲୋକ ଗଣିତ ହେଲେ ।
ପ୍ରଥମ ବଂଶାବଳୀ 23 : 28 (ORV)
କାରଣ ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରିରେ ଓ ପରମେଶ୍ଵରଙ୍କ ଗୃହର ସେବାକାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ଶୁଚି କରିବାରେ ହାରୋଣ-ସନ୍ତାନମାନଙ୍କ ସେବା କରିବାର ଲେବୀୟମାନଙ୍କର କାର୍ଯ୍ୟ ଥିଲା;
ପ୍ରଥମ ବଂଶାବଳୀ 23 : 29 (ORV)
ଆହୁରି ଦର୍ଶନୀୟ-ରୋଟୀର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ-ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟନ୍ତ
ପ୍ରଥମ ବଂଶାବଳୀ 23 : 30 (ORV)
ପୁଣି ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର;
ପ୍ରଥମ ବଂଶାବଳୀ 23 : 31 (ORV)
ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବସବୁରେ ସେସମ୍ଵନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବା, ସେମାନଙ୍କର କାର୍ଯ୍ୟ ଥିଲା;
ପ୍ରଥମ ବଂଶାବଳୀ 23 : 32 (ORV)
ଏହେତୁ ସେମାନେ ସମାଗମ-ତମ୍ଵୁର ରକ୍ଷଣୀୟ ଓ ପବିତ୍ର-ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32

BG:

Opacity:

Color:


Size:


Font: